୪୪.୫ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର, ୨୦/୪: ରାଜ୍ୟରେ ଏବେ ମୁଣ୍ଡ ଫଟା ଖରା ହେଉଛି। ଖରା ଓ ଗରମ ଯୋଗୁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡିଲେଣି। ଏହାରିମଧ୍ୟରେ ଚଳିତବର୍ଷ ତାତିରେ ରେକର୍ଡ କରିଛି ସୋନପୁର। ଆଜି ୪୪.୫ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର। ସେହିପରି ୪୩ ଡିଗ୍ରୀ ଉପରେ ୬ ସହର ଥିବା ବେଳେ ୪୦ ଡିଗ୍ରୀ ଉପରେ ୧୯ଟି ସହର ରହିଛି। ବଲାଙ୍ଗିର ୪୪, ଝାରସୁଗୁଡ଼ା, ଟିଟିଲାଗଡ଼, ବୌଦ୍ଧ ଓ ସୁନ୍ଦରଗଡ଼ରେ ୪୩ ଡିଗ୍ରୀ ତାପମାତ୍ରା ରହିଛି ।