ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ତାମିଲସାଇ ସୁନ୍ଦରରାଜନ

ନୂଆଦିଲ୍ଲୀ,୧୮/୦୩: ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ତାମିଲସାଇ ସୁନ୍ଦରରାଜନ । ତେଲେଙ୍ଗାନା ସମେତ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ ସୁନ୍ଦରରାଜନ । ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ୨୦୧୯ ପର୍ଯ୍ୟନ୍ତ ତାମିଲନାଡୁରେ ବିଜେପିର ମଙ୍ଗ ଧରିଥିଲେ ସୁନ୍ଦରରାଜନ । ପ୍ରଭାବଶାଳୀ ନାଗର ସମୁଦାୟରୁ ଆସୁଥିବା ସୁନ୍ଦରରାଜନ ୨୦୧୯ରେ ନିର୍ବାଚନ ଲଢିଥିଲେ । କିନ୍ତୁ ବଡ ବ୍ୟବଧାନରେ ପରାଜିତ ହୋଇଥିଲେ । ପରେ ତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା । ଏବେ ପୁଣିଥରେ ସକ୍ରିୟ ରାଜନୀତିକୁ ଓହ୍ଲାଇବାକୁ ରାଜ୍ୟପାଳ ପଦରୁ ସୁନ୍ଦରରାଜନ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।