ଭୋଟ ଦେଉଛି ତେଲେଙ୍ଗାନା, ୧୧୯ ବିଧାନସଭା ଆସନ ପାଇଁ ଚାଲିଛି ନିର୍ବାଚନ

ନୂଆଦିଲ୍ଲୀ,୩୦/୧୧: ଆଜି ତେଲେଙ୍ଗାନାରେ ଭୋଟ ଗ୍ରହଣ ଚାଲିଛି। ୧୧୯ ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି । ମୋଟ ୨୨୯୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି। ୩ କୋଟି ୨୬ ଲକ୍ଷ ଲୋକେ ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ରାଜ୍ୟରେ ମୋଟ ୩୫ ହଜାର ୬୫୫ ଟି ମତଦାନ କେନ୍ଦ୍ରରେ ଭୋଟିଂ ହେବ । ସକାଳ ୭ଟାରୁ ସନ୍ଧ୍ୟା ୫ ଟାଏ ଯାଏଁ ଲୋକେ ଭୋଟ ଦେଇପାରିବେ । ନିର୍ବାଚନ ପାଇଁ ପୁଲିସ ପକ୍ଷରୁ କଡ଼ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଉଗ୍ରବାଦୀ କାର୍ଯ୍ୟକଳାପ ପ୍ରଭାବିତ ୧୩ଟି ଆସନରେ ଅପରାହ୍ନ ୪ଟା ସୁଦ୍ଧା ମତଦାନ ସାରିବାକୁ ନିଷ୍ପତି ନିଆଯାଇଛି ।