ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କଟକଣା ଜାରି

ଭୁବନେଶ୍ୱର, ୪/୫: ରାଜ୍ୟରେ ଦୃତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ତେଣୁ କରୋନା ଚେନ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଭିନ୍ନ ଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାରିମଧ୍ୟରେ ଆଜି ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା। ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ରହିଛି। ଉଭୟ ରାଜ୍ୟରୁ ଫେରିଥିଲେ ୧୪ ଦିନିଆ କ୍ୱାରେଣ୍ଟାଇନ ରହିବେ। ୪୮ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଥିଲେ ୭ ଦିନ କ୍ୱାରେଣ୍ଟାଇନ୍‌ ରହିବାକୁ ଅନୁମତି ମିଳିବ।