ଭୁବନେଶ୍ୱର,୦୯/୦୨: ବାରବାଟୀ ପଡିଆରେ ଟିମ୍ ଇଣ୍ଡିଆର ଦମଦାର ବିଜୟ। ଇଂଲଣ୍ଡ ଟିମ୍କୁ ହରାଇଲା ଟିମ୍ ଇଣ୍ଡିଆ । ସିରିଜ୍ରେ ୨-୦ରେ ଆଗୁଆ ଭାରତ । ଇଂଲଣ୍ଡକୁ ୪ ୱିକେଟ୍ରେ ପରାଜିତ କରିଛି ଭାରତ । ବାରବାଟୀରେ ଧୂଆଁଧାର ଖେଳି ଶତକ ହାସଲ କରିଛନ୍ତି କ୍ୟାପ୍ଟେନ୍ ରୋହିତ ଶର୍ମା । ସେ ୯୦ ବଲ୍ ଖେଳି ୧୧୯ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୁଭମନ ଗିଲ ୬୦ ରନ୍ କରିଥିବା ବେଳେ ଆୟର ୪୪ ରନ୍ କରିଥିଲେ ।