ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ,୧୭/୧୨: କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ବାଂଲାଦେଶକୁ ହରାଇ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଲା ଟିମ୍ ଇଣ୍ଡିଆ । ତେବେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍ ବେଙ୍ଗାଳୁରୁରେ ଖେଳାଯାଇଥିଲା । ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିବା ସହ ବାଂଲାଦେଶକୁ ୧୨୦ ରନରେ ପରାସ୍ତ କରିଛି ।ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଇଂନିସରେ ବ୍ୟାଟିଂ କରି ଦଳ ୨୦ ଓଭରରେ ୨୭୭ ରନର ବିଶାଳ ସ୍କୋର କରିଥିଲା । ଟିମ୍ ଇଣ୍ଡିଆ ନିଜ ଇଂନିସରେ କେବଳ ୨ଟି ୱିକେଟ୍ ହରାଇଥିବାବେଳେ, ବାଂଲାଦେଶ ୨୦ ଓଭରରେ ମାତ୍ର ୧୫୭ ରନ୍ ସ୍କୋର କରିପାରିଥିଲା ।