ପୁଣି କ୍ରିକେଟର ତିନିଟି ଯାକ ଫର୍ମାଟରେ ଟିମ୍ ଇଣ୍ଡିଆ ନମ୍ବର ୱାନ

ନୂଆଦିଲ୍ଲୀ,୧୦/୦୩: ଇଂଲଣ୍ଡ ବିରୋଧରେ ସିରିଜ୍ ଜିତି ଆଇସିସି ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଏହାସହ ପୁଣି କ୍ରିକେଟର ତିନିଟି ଯାକ ଫର୍ମାଟରେ ଟିମ୍ ଇଣ୍ଡିଆ ନମ୍ବର ୱାନ ପାଲଟିଛି । ଟେଷ୍ଟରେ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ପହଞ୍ଚିଛି ଭାରତୀୟ ଦଳ । ଭାରତ ପାଖରେ ୧୨୨ ପଏଣ୍ଟ ଥିବା ବେଳେ ଅଷ୍ଟ୍ରେଲିଆ ପାଖରେ ୧୧୭ ପଏଣ୍ଟ ରହିଛି । ସେହିଭଳି ୧୧୧ ପଏଣ୍ଟ ସହ ଇଂଲଣ୍ଡ ଦଳ ଟେଷ୍ଟ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ରହିଛି । ଏବେ ଟେଷ୍ଟ, ଦିନିକିଆ ଓ ଟି-୨୦ ଫର୍ମାଟ ରାଙ୍କିଙ୍ଗରେ ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ ।ଦିନିକିଆରେ ଭାରତର ପଏଣ୍ଟ ୧୨୧ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ପଏଣ୍ଟ ୧୧୮ ରହିଛି ।