କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର, ୩/୧: ଶିକ୍ଷକଙ୍କ ପାଇଁ ଖୁସି ଖବର। କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର। ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ୭,୪୦୦ରୁ ୧୧ ହଜାରକୁ ବୃଦ୍ଧି କରାଯାଇଥିବା ବେଳେ କନିଷ୍ଠ ଶିକ୍ଷକଙ୍କ ଦରମା ୯୨୦୦ରୁ ୧୩,୮୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ୨୦୨୨ ଜାନୁଆରୀ ପହିଲାରୁ ଲାଗୁ ହେବ । ସରକାରଙ୍କ ଏହିପରି ନିଷ୍ପତ୍ତିରେ ମୋଟ୍ ୩୩ ହଜାର ୩୮ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ ବୋଲି ଜଣାପଡ଼ିଛି।