ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ବୃଦ୍ଧି ପାଇଲା ଗଣଶିକ୍ଷକଙ୍କ ପାରିଶ୍ରମିକ

ଭୁବନେଶ୍ୱର,୧/୦୩: ଗଣଶିକ୍ଷକଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ଓଟିଇଟି ପାସ୍ କରିଥିବା ଗଣଶିକ୍ଷକ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ । ଏହାଦ୍ୱାରା ରାଜ୍ୟର ୧ ହଜାର ୪୭୨ ଜଣ ଗଣଶିକ୍ଷକ ଉପକୃତ ହେବେ । ସେହିପରି ଓଟିଇଟି ପାସ୍ କରି ନଥିବା ଗଣଶିକ୍ଷକ ମାନଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ନିଷ୍ପତ୍ତିି ନେଇଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ୯ ହଜାର ୫୨୦ ଜଣ ଗଣଶିକ୍ଷକଙ୍କୁ ମିଳିବ ବାର୍ଷିକ ଇନକ୍ରିମେଂଟ୍ । ଏହି ଦୁଇଟି ନିଷ୍ପତି ଦ୍ୱାରା ରାଜ୍ୟର ମୋଟ ୧୨ ହଜାର ୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ । ସୂଚନାଯୋଗ୍ୟ ଯେ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗଣଶିକ୍ଷକ ମାନେ ଏଥିପାଇଁ ଅନୁରୋଧ କରିଥିଲେ । ଏହି ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିପରି ନିଷ୍ପତ୍ତି ନେଇଛନ୍ତି ।