ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର, ୨୯/୧: ପ୍ରାଥମିକ ଶିକ୍ଷକଙ୍କ ସଂପତ୍ତି ଦେଖି କାବା ହେଲା ଭିଜିଲାନ୍ସ । ରାୟଗଡ଼ା ବିଇଓ ଅଫିସ୍‌ରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେଳିଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଭିଜିଲାନ୍ସ ଚଢ଼ାଉ ହୋଇଛି । ଏବେ ସୁଦ୍ଧା ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଶେଷ ହେବା ପରେ ସମ୍ପୂର୍ଣ୍ଣ ସମ୍ପତି ବିଷୟରେ ତଥ୍ୟ ସାମ୍ନାକୁ ଆସିବ।