କୋଟିପତି ଶିକ୍ଷକ ଶିଶିର କୁମାର ଗିରଫ

ଭୁବନେଶ୍ୱର, ୩୦/୧: ପ୍ରାଥମିକ ଶିକ୍ଷକଙ୍କ ସଂପତ୍ତି ଦେଖି କାବା ହେଲା ଭିଜିଲାନ୍ସ । କୋଟିପତି ଶିକ୍ଷକ ଶିଶିର କୁମାର ସେମିଳି ଗିରଫ ହୋଇଛନ୍ତି। ତାଙ୍କ ପାଖରୁ ୪.୧୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି। ୪ଟି ବହୁତଳ ପ୍ରାସାଦ, ୨୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୧୨ ଲକ୍ଷ ଟଙ୍କାର ଗହଣା, ୨.୮୮ ଲକ୍ଷ ଟଙ୍କା, ୨.୮୩ ଲକ୍ଷର ବୀମା ପ୍ରମାଣପତ୍ର ଜବତ ହେବା ସହ ୩୫ଟି ଆଜବେଷ୍ଟସ ଛାତ ଘର ମଧ୍ୟ ଠାବ ହୋଇଛି। ସୂଚନା ଯୋଗ୍ୟ ଯେ  ଗତକାଲି ରାୟଗଡ଼ା ବିଇଓ ଅଫିସ୍‌ରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେଳିଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା ।