ନିରବଚ୍ଛିନ୍ନ ବିଜୁଳି ସେବା ଯୋଗାଇବାକୁ କର୍ମଚାରୀ ନିୟୋଜିତ କଲା ଟାଟା ପାୱାର

ଭୁବନେଶ୍ୱର,୨୫/୦୬: କାଳବୈଶାଖୀର ମୁକାବିଲା ଓ ନିରବଚ୍ଛିନ୍ନ ବିଜୁଳି ସେବା ଯୋଗାଇବା ଲକ୍ଷରେ ଟାଟା ପାୱାର କାମ ଆରମ୍ଭ କରିଛି। ସ୍ୱାଭାବିକ ବିଜୁଳି ସେବା ଯୋଗାଇ ଦେବା ଲକ୍ଷ୍ୟରେ ଟିପିଏସ-ଓଡିଏଲ୍ ପକ୍ଷରୁ ବିଜୁଳି ଉପକରଣ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କାଳବୈଶାଖୀ ଭଳି ପରିସ୍ଥିତିର ମୁକାବିଲା ପାଇଁ ୪ ,୪୨୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ଏହା ସହ ବିଦ୍ୟୁତ ଖୁଂଟ, କଣ୍ଡକ୍ଟର, ହାଇଡ୍ରା ଓ ପୋଲମାଷ୍ଟର ଆଦି ପ୍ରଦାନ କରାଯାଇଛି । ରାତିର ଅନ୍ଧାରରେ ପୁର୍ନରଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆସ୍କା ଲାଇଟର ବ୍ୟବସ୍ଥା କରାଯାଇଛି । ସେହିପରି ଜରୁରୀକାଳୀନ ସ୍ଥିତିର ସାମ୍ନା ପାଇଁ ୭ଶହ କର୍ମଚାରୀ ପ୍ରସ୍ତୁତ ରହିଛନ୍ତି । ଯେ କୌଣସି ସମୟରେ ସ୍ଥିତିର ମୁକାବିଲା ପାଇଁ ଏମାନେ ପ୍ରସ୍ତୁତ ରହିଛନ୍ତି ।