ଝାରସୁଗୁଡା ଉପରେ: ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର,୧୦/୪: ଝାରସୁଗୁଡା ଉପରେ ଏବେ ସମସ୍ତଙ୍କ ନଜର। ଏହାରିମଧ୍ୟରେ ଆଜି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଝାରସୁଗୁଡାରେ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ତରୁଣଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ । ଯୁବ ନେତା ଭାବେ ପରିଚିତ ତରୁଣ ପାଣ୍ଡେ ପୂର୍ବରୁ କଂଗ୍ରେସ ସହ ଜଡିତ ଅଛନ୍ତି । ତରୁଣଙ୍କ ବାପା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ ମଧ୍ୟ ପୂର୍ବରୁ କଂଗ୍ରେସ ଟିକେଟରେ ଝାରସୁଗୁଡାରୁ ବିଧାୟକ ରହି ଆସିଛନ୍ତି । ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପୂର୍ବରୁ ବିଜେଡି ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି । ତେବେ ବିଜେପି ଏଯାବତ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ ।