ବାଣ ବିକ୍ରି ସପକ୍ଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ରାଜ୍ୟକୁ ଚିଠି ଲେଖିଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୫/୧୦: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଏହାରିମଧ୍ୟରେ ବାଣ ବିକ୍ରି ସପକ୍ଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ଦିଲ୍ଲୀ, ରାଜସ୍ଥାନ ଓ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ। ଦୀପାବଳିରେ ବାଣ ବିକ୍ରି ଉପରୁ ବ୍ୟାନ୍‌ ହଟାଇବାକୁ ଅନୁରୋଧ କରିିଛନ୍ତି । ୪ ରାଜ୍ୟ ବାଣ ବିକ୍ରି ଉପରେ କଟକଣା ଲଗାଇଥିବାରୁ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ସେ କହିଛନ୍ତି।କଟକଣା ଯୋଗୁଁ ତାମିଲନାଡ଼ୁର MSME ଶିଳ୍ପ ପ୍ରଭାବିତ ହୋଇଛି । ତାମିଲନାଡ଼ୁର ୮ ଲକ୍ଷ ଲୋକଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଅନୁମତି ଦେବାକୁ ସେ ଅନୁରୋଧ କରିଛନ୍ତି ।