ଭୟଙ୍କର ସ୍ଥିତିରେ ତାଇୱାନ: ଏବେ ବି ଉଦ୍ଧାର କାର୍ଯ୍ୟ ଜାରି, ବଢ଼ିପାରେ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୪/୦୪: ଶକ୍ତିଶାଳୀ ଭୂ-କମ୍ପରେ ଥରି ଉଠିଛି ତାଇୱାନ୍ । ବୁଧବାର ସକାଳୁ ରାଜଧାନୀ ତାଇପେଇର ବିଭିନ୍ନ ସ୍ଥାନରେ ଭୟଙ୍କର ଭୂମିକମ୍ପରେ ବଡ ଧରଣର କ୍ଷୟକ୍ଷତି ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି । ପ୍ରାକୃତିକ ଦୁର୍ବିପାକରେ ୧୦୦ରୁ ଅଧିକ ଅଟ୍ଟାଳିକା ଭୁଶୁଡି ପଡିଥିବାବେଳେ, ରାସ୍ତାରେ ବଡ ବଡ ଫାଟ ସୃଷ୍ଟି ହୋଇଛି । ଭୂମିକମ୍ପ ପାଇଁ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏଥିରେ ଦୁଇଜଣ ଭାରତୀୟ ରହିଛନ୍ତି । ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଭୂ-କମ୍ପରେ ହଜାରରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଅନେକ ସ୍ଥାନରେ ଏବେ ବି ଲୋକ ଫସି ରହିଛନ୍ତି ।