ତହବୁର ପାଇଁ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ ଥିଲା ରାଣା

ନୂଆଦିଲ୍ଲୀ,୧୦/୦୪: ଭାରତ ପହଞ୍ଚିଲା ଆତଙ୍କୀ ତହବୁର ରାଣା । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ ଥିଲା ତହବୁର। ଆମେରିକାରୁ ସ୍ବତନ୍ତ୍ର ବିମାନ ଯୋଗେ ତହବୁରକୁ ଭାରତ ଆଣିଛି ଏନଆଇଏ । ଭାରତ ପ୍ରତ୍ୟର୍ପଣ ଉପରେ ରୋକ୍‌ ଲଗାଇବାକୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ତହବୁର । ହେଲେ ଆମେରିକା ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିବା ପରେ ପ୍ରତ୍ୟାର୍ପଣ କରିଛି ତହବୁର। ତହବୁର ପାଇଁ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ଏନଆଇଏ ସ୍ପେଶାଲ-୧୨ ଟିମ୍‌କୁ ତହବୁର ପାଖକୁ ଯିବାକୁ ଅନୁମତି ରହିଛି । ତହବୁରକୁ ରଖିବା ପାଇଁ ଦିଲ୍ଲୀ ଏବଂ ମୁମ୍ବାଇର ଦୁଇଟି ଜେଲ୍‌ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜରୁରୀ ଆଇନଗତ ପ୍ରକ୍ରିୟା ପୂରା ହେବା ପରେ ଏନଆଇଏର ହେପାଜତରେ ଆତଙ୍କୀ ତହବୁର ରାଣାକୁ ରଖାଯିବ ।୨୦୦୮ ଆତଙ୍କବାଦୀ ଆକ୍ରମଣରେ ମୁମ୍ବାଇରେ ମୋଟ୍‌ ୧୭୫ ଜଣଙ୍କ ଜୀବନ ଯାଇଥିଲା ।

Leave a Reply

Your email address will not be published. Required fields are marked *