ଛାତ୍ରଛାତ୍ରୀଙ୍କୁ କୋଟିଏ ମାଗଣା ଟ୍ୟାବଲେଟ ଓ ଫୋନ୍‌ ବଣ୍ଟନର ଶୁଭାରମ୍ଭ କଲେ ୟୁପି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୨୫/୧୨:ୟୁପି ଛାତ୍ରଛାତ୍ରୀଙ୍କୁ କୋଟିଏ ମାଗଣା ଟ୍ୟାବଲେଟ ଓ ଫୋନ୍‌ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଲକ୍ଷ୍ନୌରେ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଯୁବପିଢ଼ିଙ୍କୁ ଡିଜିଟାଲ ଶିକ୍ଷା ପ୍ରୋତ୍ସାହନ ଦିଗରେ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି । ଯୋଗୀଙ୍କ ନେତୃତ୍ବରେ ୟୁପିରେ ସରକାରୀ ସ୍କୁଲ ପ୍ରଗତି ପଥରେ ଅଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।