ଅଷ୍ଟ୍ରେଲିଆରେ ହେବାକୁ ଥିବା T-20 ବିଶ୍ବକପ୍‌ର କ୍ରୀଡ଼ାସୂଚୀ ପ୍ରକାଶିତ

ନୂଆଦିଲ୍ଲୀ, ୨୧/୧: ଅଷ୍ଟ୍ରେଲିଆରେ ହେବାକୁ ଥିବା T-20 ବିଶ୍ବକପ୍‌ର କ୍ରୀଡ଼ାସୂଚୀ ପ୍ରକାଶ ପାଇଛି। ଅକ୍ଟୋବର ୧୬ରୁ ନଭେମ୍ବର ୧୩ ଯାଏ ଖେଳାଯିବ T-20 ବିଶ୍ବକପ୍‌। ଗ୍ରୁପ୍-୧ରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ଆଫଗାନିସ୍ତାନ ଥିବା ବେଳେ ଗ୍ରୁପ୍-୨ରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ରହିଛିି। ସୁପର-୧୨ ପର୍ଯ୍ୟାୟରେ ଅକ୍ଟୋବର ୨୩ରେ ଭାରତ ଖେଳିବ ପ୍ରଥମ ମ୍ୟାଚ୍‌। ଅକ୍ଟୋବର ୨୩ରେ ମେଲ୍‌ବୋର୍ଣ୍ଣରେ ଭାରତ-ପାକିସ୍ତାନ ସୁପର-୧୨ ମୁକାବିଲା ହେବ।