ଟି-୨୦ ରାଙ୍କିଙ୍ଗରେ ୧ ନମ୍ବର ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୨୧/୨: ୱେଷ୍ଟଇଣ୍ଡିଜକୁ ଟି-୨୦ ସିରିଜରେ ୩-୦ରେ ପରାସ୍ତ କରିବା ପରେ ଭାରତକୁ ବଡ ସଫଳତା ମିଳିଛି । ଭାରତ ଆଇସିସି ଟି-୨୦ ରାଙ୍କିଙ୍ଗରେ ୧ ନମ୍ବର ସ୍ଥାନରେ ପହଞ୍ଚିଛି । ଏହା ୬ ବର୍ଷ ପରେ ହୋଇଛି । ୨୦୧୬ରେ ଶେଷ ଥର ପାଇଁ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ରେ ପ୍ରଥମ ସ୍ଥାନ ହାସଲ କରିଥିଲା । ଏବେ ପୁଣି ୬ ବର୍ଷ ପରେ ଏହା ସଫଳତା ହୋଇପାରିଛି ।