ଟି-୨୦ ମ୍ୟାଚ୍ : ଟିମ୍ ଇଣ୍ଡିଆରୁ ବାଦ୍ ପଡିଲେ ସଞ୍ଜୁ ସାମସନ୍

ନୂଆଦିଲ୍ଲୀ,୫/୧:  ଶେଷ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆରେ ହୋଇଛି ପରିବର୍ତ୍ତନ । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜିତେଶ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଥିବାବେଳେ, ଟିମ୍ ଇଣ୍ଡିଆରୁ ବାଦ୍ ପଡିଛନ୍ତି ସଞ୍ଜୁ ସାମସନ୍ । ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ସଞ୍ଜୁ ସାମସନ୍ ଆହତ ହୋଇଥିଲେ । ଏକ କ୍ୟାଚ୍ ଧରିବାକୁ ଯିବା ବେଳେ, ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଯେଉଁ କାରଣରୁ ସେ ପୁଣେ ଟ୍ରାଭେଲ୍ କରିନପାରିବା ସହିତ, ଶେଷ ଦୁଇଟି ଟି-୨୦ ମ୍ୟାଚରୁ ବାଦ୍ ପଡିଛନ୍ତି । ତେବେ ଆଜି ଭାରତ ଓ ଶ୍ରୀଲଙ୍କା ଭିତରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ ।