ଜୁନରେ ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ୍‌

ଭୁବନେଶ୍ୱର, ୪/୨: ଆସନ୍ତା ଜୁନ ମାସରେ ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ୍‌। ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ। ଟି-ଟ୍ୱେଣ୍ଟି ଖେଳାଯିବା ନେଇ OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।ଏନେଇ BCCI ସଭାପତି ସୌରଭ ଗାଙ୍ଗୁଲୀଙ୍କ ସହ ଆଲୋଚନା ମଧ୍ୟ ହୋଇଥିବା ସୂଚନା ରହିଛି। ଅନ୍ୟପଟେ ଫେବୃଆରୀ ୧୫ରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବାତିଲ୍‌ ହୋଇଛି।