ଖାଦ୍ୟ ଡେଲିଭରି ଆପ୍ ସ୍ବିଗି ଲଞ୍ଚ୍ କଲା ନୂଆ ଆପ୍ Snacc , ୧୫ମିନିଟ ଭିତରେ ପାଇବେ ଗରମା ଗରମ ଖାଦ୍ୟ

ଭୁବନେଶ୍ୱର,୦୯/୦୧: ଏବେ ବ୍ୟସ୍ତ ବହୁଳ ଦୁନିଆରେ ଯଦି ରୋଷେଇ କରିପାରୁ ନାହାନ୍ତି। ପ୍ରାୟତଃ ସମସ୍ତେ ଖାଦ୍ୟ ଅନଲାଇନ ଅର୍ଡର କରିଦେଉଛନ୍ତି। ତେବେ ଏହାରି ଭିତରେ ଖାଦ୍ୟ ଡେଲିଭରି ଆପ୍ ସ୍ବିଗି ଲଞ୍ଚ୍ କଲା ନୂଆ ଆପ୍ ‘Snacc’ । ଏହି ଆପର ସାହାଯ୍ୟରେ ମାତ୍ର ୧୦ ରୁ ୧୫ ମିନିଟ୍ ଭିତରେ ଆପଣଙ୍କ ଘରକୁ ଡେଲିଭରି ହୋଇଯିବ ସୁଆଦିଆ ଗରମ ଗରମ ଖାଦ୍ୟ । ଏହି ଆପକୁ ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ । ଏହି ସର୍ଭିସ୍ କୁ ସ୍ବିଗି ପ୍ରଥମେ ବାଙ୍ଗାଲୋରରେ ଲଞ୍ଚ୍ କରିସାରିଛି । କ୍ବିକ୍ କମର୍ସ ପ୍ଲାଟଫର୍ମ ଯେମିତିକି ଜମାଟୋ , Blinkit ଏବଂ Zepto ଭଳି ଫୁଡ୍ ଡେଲିଭରି ଆପ୍ ନିଜର ଭିନ୍ନ ଭିନ୍ନ ଆପ୍ ଲଞ୍ଚ୍ କରୁଛନ୍ତି । ଏହା ପୂର୍ବରୁ Blinkit ଏବଂ Bistro ସର୍ଭିସ୍ କୁ ଲଞ୍ଚ୍ କରାଯାଇଥିଲା । ଏଭଳି ସମୟରେ Snacc ଆପ୍ କମ୍ପାନୀର Bolt ଆପ୍ ଭଳି ସେବା ଯୋଗାଇଦେବ । Snacc ର ଲ୍ୟାଣ୍ଡିଙ୍ଗ୍ ପେଜରେ ବ୍ରେକଫାଷ୍ଟ୍ , କଫି , ଅଣ୍ଡା , ପ୍ରୋଟିନ୍ କାଟାଗୋରୀକୁ ଲାଇଭ୍ କରିଦିଆଯାଇଛି ।

Leave a Reply

Your email address will not be published. Required fields are marked *