ସ୍ୱିଗି ବୟକୁ ହତ୍ୟା!

ଭୁବନେଶ୍ୱର,୧୭/୭: କଟକରେ ଜଣେ ସ୍ୱିଗି ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଲ’ ୟୁନିଭର୍ସିଟି କଲେଜ ସମ୍ମୁଖରୁ ସନ୍ଦେହଜନକ ଅବସ୍ଥାରେ ସ୍ୱିଗି ବୟଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସିଡିଏ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। କିଏ ଓ କାହିଁକି ସମ୍ପୃକ୍ତ ବ୍ୟକ୍ତିଙ୍କୁ ହତ୍ୟା କଲା ତାହା ଜଣାପଡ଼ିନାହିଁ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।