ହାତୀ ମୃତ୍ୟୁ ମାମଲାରେ କର୍ଲାପାଟ ପ୍ରାଣଧୀନ ନିରୀକ୍ଷକ ନିଲମ୍ବିତ

କଳାହାଣ୍ଡି, ୨୨ା୨(ଦି ପ୍ରଗତି ନ୍ୟୁଜ): କଳାହାଣ୍ଡି କର୍ଲାପାଟରେ ଦିନକୁ ଦିନ ହାତୀ ମାନଙ୍କର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ କର୍ଲାପାଟରେ ଥିବା ପ୍ରାଣଧୀନ ନିରୀକ୍ଷକ ଗଣେଷ ପୂଜାରୀ କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି । ସେ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗ ଆସିବା ପରେ ତାଙ୍କୁ ପ୍ରାଣୀ ସମ୍ପଦ ବିଭାଗ ନିଲମ୍ବିତ କରିଛି ।

ଉଲ୍ଲେଖଯୋଗ୍ୟ ଯୋଗ୍ୟ ଗତ କିଛି ଦିନ ମଧ୍ୟରେ ୭ ହାତୀଙ୍କର ମୃତ୍ୟୁ ଘଟିସାରିଛି । ଏନେଇ ପଶୁ ସମ୍ପଦ ଅତିରିକ୍ତ ନିର୍ଦ୍ଦେଶକ ପ୍ରତାପ କିଶୋର ଖମାରୀ ସୂଚନା ଦେଇଛନ୍ତି । ସାହାଣ ରୋଗରେ ସବୁ ହାତୀଙ୍କର ମୃତ୍ୟୁ ହେଉଥିବା ସୂଚନା ରହିଛି । ଏହି ସବୁ ଅନୁଧ୍ୟାନ କରିବା ପାଇଁ ଗତ ୨୦ ତାରିଖ ଦିନ କେନ୍ଦ୍ରୀୟ ଟିମ୍ ଆସିଥିଲା ।