ପଞ୍ଚଭୂତରେ ବିଲିନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର,୩/୦୯: ପଞ୍ଚଭୂତରେ ବିଲିନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର । ଗାର୍ଡ ଅଫ ଅନର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୁଖାଗ୍ନୀ ଦେଲେ ପୁଅ ବିପ୍ଲବ ପାତ୍ର । ଗତକାଲି ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ହୋଇଥିଲା । ଦେହାନ୍ତ ପରେ ଆଜି ସକାଳେ ବିଧାନସଭା ପରିସରରେ ପୂର୍ବତନ ବାଚସ୍ପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିଭିନ୍ନ ଦଳର ବିଧାୟକ, ବିଧାନସଭା କାର୍ଯ୍ୟାଳୟର କର୍ମଚାରୀ ତାଙ୍କୁ ଶ୍ରଦ୍ଧାସୁମନ ଦେଇଥିଲେ । ଶୋକାକୂଳ ପରିବେଶରେ ସମସ୍ତେ ସୂର୍ଯ୍ୟପାତ୍ରଙ୍କୁ ବିଧାନସଭା ପରିସରରୁ ବିଦାୟ ଦେଇଥିଲେ ।