ଆରପାରିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର,୨/୦୯: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଆଜି ପରଲୋକ ଘଟିଛି।  ୭୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ସେ ଲଗାତାର ୭ ଥର ବିଧାୟକ ରହିଥିଲେ । ୧୯୯୦ ମସିହାରୁ ଆଜି ପର୍ଯ୍ୟନ୍ତ ସେ ବିଧାନସଭାର ସଦସ୍ୟ ଥିଲେ । ୧୯୯୦ ମସିହାରେ ସେ ମୋହନାରୁ ପ୍ରଥମ ଥର ପାଇଁ ନିର୍ବାଚିତ ହେଇ ବିଧାୟକ ହେଇଥିଲେ । ମୋହନାରୁ ୪ ଥର ଏବଂ ଦିଗପହଣ୍ଡିରୁ ୩ ଥର ସେ ବିଧାୟକ ଭାବେ ନିର୍ବାଚିତ ହେଇଥିଲେ ।