ପରଲୋକରେ ବରିଷ୍ଠ ନେତା ସୁରେନ୍ଦ୍ର ନାୟକ

ଭୁବନେଶ୍ୱର,୫/୦୭: ପରଲୋକରେ ବରିଷ୍ଠ ନେତା କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାୟକ । ଭୁବନେଶ୍ୱର ସ୍ଥିତ ବାସଭନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ତେବେ ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡିତ ଥିଲେ ବୋଲି ସୂଚନା ମିଳିଛି । ବିଜେଡି ସରକାରରେ ସେ ମନ୍ତ୍ରୀ ମଧ୍ୟ ଥିଲେ । କାକଟପୁର ନିର୍ବାଚନ ମଣ୍ଡଳୀର ୭ ଥର ବିଧାୟକ ଥିଲେ ସୁରେନ୍ଦ୍ରନାଥ । ୧୯୭୧ରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଦଳ ଟିକେଟରେ ବିଧାନସଭା ଆସିଥିଲେ । ଏହାପରେ ୧୯୭୭, ୧୯୮୫, ୧୯୯୦, ୧୯୯୫ରେ ଜନତା ଦଳ ଟିକେଟରେ ସେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ । ୨୦୦୦ ଓ ୨୦୦୪ରେ ସେ ବିଜେଡି ଟିକେଟରେ ବିଧାନସଭା ଆସିଥିଲେ । ଅସ୍ତରଙ୍ଗ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ସେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ସୁରେନ୍ଦ୍ର ।