ବିଧାୟକ ଭାବେ ଶପଥ ନେଲେ ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର,୯/୧୧:ବିଧାୟକ ଭାବେ ଶପଥ ନେଲେ ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ଆଜି ବିଧାନସଭାରେ ସେ ବିଧିବଦ୍ଧ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ବିଧାନସଭାର ବାଚସ୍ପତି ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ସମୟରେ ବିରୋଧୀ ଦଳ ନେତାଙ୍କ ସହ ବିଜେପିର ନେତାମାନେ ଉପସ୍ଥିତ ଥିଲେ ।

ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ସେଠାରେ ଉପ ନିର୍ବାଚନ ହୋଇଥିଲା । ଯେଉଁଥିରେ ବିପୁଳ ଭୋଟ୍ ପାଇଁ ବିଜୟୀ ହୋଇଥିଲେ ସୂର୍ଯ୍ୟବଂଶୀ ସୁରଜ । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପାଖାପାଖି ୧୦ ହଜାର ଭୋଟ୍ ବ୍ୟବଧାନରେ ହରେଇଥିଲେ ସୁରଜ ।