ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୦୭/୧୧: ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ । ପ୍ରଦୂଷଣ ନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି । ଶୁଣାଣି କରୁଥିବା ସୁପ୍ରିମକୋର୍ଟ ଜଷ୍ଟିସ୍ କୋଲ୍ କହିଛନ୍ତି ରାଜ୍ୟ ସରକାର ପ୍ରଦୂଷଣ ରୋକିବାକୁ ତୁରନ୍ତ ପଦକ୍ଷେପ ନିଅନ୍ତୁ । ନଚେତ୍ ଆମେ ଯଦି ଆମ ବୁଲଡୋଜର ଚଲାଇବୁ ତାହାଲେ ଆଗାମୀ ୧୫ ଦିନ ଯାଏଁ ତାହା ଅଟକିବ ନାହିଁ । ପ୍ରଦୂଷଣ ନେଇ ଦିଲ୍ଲୀକୁ ଲାଗି ଥିବା ୫ଟି ରାଜ୍ୟକୁ ମିଳିତ ଭାବେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏଥିସହ ପଂଜାବ ଓ ହରିଆଣା ସରକାରଙ୍କୁ ନଡା ଜାଳିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ବେଳେ କୋର୍ଟ କହିଛନ୍ତି ପ୍ରତିବର୍ଷ ଶୀତ ପୂର୍ବରୁ ଦିଲ୍ଲୀ ବାୟୁ ପ୍ରଦୂଷଣର ଏଭଳି ଘଟଣା ଗ୍ରହଣୀୟ ନୁହେଁ ।