ଗୃହିଣୀଙ୍କୁ ସ୍ବାମୀ ଆର୍ଥିକ ସ୍ତରରେ ନିଶ୍ଚିତ ଭାବେ ସଶକ୍ତ କରିବାର ଆବଶ୍ୟକତା ରହିଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧/୦୭:  ଗୃହିଣୀଙ୍କୁ ସ୍ବାମୀ ଆର୍ଥିକ ସ୍ତରରେ ନିଶ୍ଚିତ ଭାବେ ସଶକ୍ତ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଗୃହିଣୀ ପରିବାରର ଆୟ ନେଇ ଅବଗତ ହେବା ଦରକାର। ପରିବାର ଆର୍ଥିକ ଅଭିବୃଦ୍ଧି ପାଇଁ ଗୃହିଣୀ ବହୁତ କିଛି ତ୍ୟାଗ କରିଥାଏ ବୋଲି ଜଷ୍ଟିସ୍ ବିଭି ନାଗରତ୍ନ ଏବଂ ଅଗଷ୍ଟିନକ ଗାର୍ଗେ କହିଛନ୍ତି।

କୋର୍ଟ କହିଛନ୍ତି ଭାରତୀୟ ଗୃହିଣୀମାନେ ମାସିକ ଆୟକୁ ନେଇ କେବେବି ପରିବାର ସହ ଝଗଡ଼ା କରନ୍ତି ନାହିଁ। ବରଂ ସେହି ଆୟରୁ ସେମାନେ କିଛି ସଞ୍ଚୟ କରିବାକୁ ଚେଷ୍ଟା କରିଥାନ୍ତି। ଏପରିକି ନିଜ ଖର୍ଚ୍ଚରୁ ମଧ୍ୟ ଗୃହିଣୀ ଘରର ଭବିଷ୍ୟତ ପାଇଁ ସଞ୍ଚୟ କରିଥାନ୍ତି। କିନ୍ତୁ ଅଧିକାଂଶ ବିବାହିତ ପୁରୁଷ ଏହା ବୁଝିପାରନ୍ତି ନାହିଁ। କିଛି ସ୍ବାମୀ ଏହା ମଧ୍ୟ ଜାଣିନଥାନ୍ତି ଯେ ତାଙ୍କ ପତ୍ନୀ କେବଳ ଆବେଗପୂର୍ଣ୍ଣ ଭାବେ ନୁହେଁ ଆର୍ଥିକ ସ୍ତରରେ ମଧ୍ୟ ତାଙ୍କ ଉପରେ ନିର୍ଭରଶୀଳ।