ନିର୍ବାଚନ ଆୟୋଗ ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୨/୩: ନିର୍ବାଚନ ଆୟୋଗ ନିଯୁକ୍ତି ନେଇ ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି କି ନିର୍ବାଚନ ଆୟୋଗ ଚୟନରେ ପ୍ରଧାନମନ୍ତ୍ରୀ, ମୁଖ୍ୟ ବିଚାରପତି ଓ ବିରୋଧୀଦଳର ନେତା ସାମିଲ ହେବେ ।ପ୍ରଧାନମନ୍ତ୍ରୀ, ମୁଖ୍ୟ ବିଚାରପତି ଓ ବିରୋଧୀଦଳର ନେତାଙ୍କ କମିଟି ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି କରିବେ । ଏହା ବ୍ୟତୀତ ସମାନ ସୁରକ୍ଷା ଏବଂ ସିଇସି ଓ ଇସିଙ୍କୁ ହଟାଇବା ପାଇଁ ଏକ ସ୍ୱଭାବିକ ପ୍ରକ୍ରିୟା ହେବା ଉଚିତ ବୋଲି କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ଯେ ନିର୍ବାଚନ କମିଶନର ଓ ମୁଖ୍ୟ ନିର୍ବାଚନ ଆୟୋଗ ଚୟନରେ ସ୍ୱଚ୍ଛତା ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା । ଏହାର ଶୁଣାଣି ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ । ୫ଜଣ ବିଚାରପତିଙ୍କ ସଂରକ୍ଷିତ ପୀଠ ବେଞ୍ଚ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି ।