କରୋନା ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ, ୨୨/୪: ଦେଶରେ ଏବେ ପୁଣିଥରେ ଦିନକୁ ଦିନ କରୋନା ସଂକ୍ରମଣ ଅଣଆୟତ ହେବାରେ ଲାଗିଛି। ଏନେଇ ମହାମାରୀ କରୋନା ସଙ୍କଟକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ପ୍ରକାଶ କରିଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । କୋଭିଡକୁ ନେଇ କ’ଣ ରହିଛି ଯୋଜନା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାମାରୀରୁ ବର୍ତ୍ତିବା ପାଇଁ ନିଆଯାଇଥିବା ପଦକ୍ଷେପ,  ଅକ୍ସିଜେନ୍, ଔଷଧ, ଟିକାକରଣ ପ୍ରକ୍ରିୟା ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।ସୁପ୍ରିମକୋର୍ଟରେ ଆସନ୍ତାକାଲି  ଏହି ମାମଲାର  ଶୁଣାଣି ହେବ।