ବିଚ୍ଛେଦ ପରେ ମଧ୍ୟ ପତ୍ନୀ ଓ ପିଲାଙ୍କ ଭରଣପୋଷଣ କରିବ ସ୍ୱାମୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮/୧୦: ପାରିବାରିକ ମାମଲାରେ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ । ପତ୍ନୀ ଓ ପିଲାଙ୍କ ଭରଣପୋଷଣ କରିବାକୁ ସ୍ୱାମୀ ବାଧ୍ୟ । ପିଲାଙ୍କ ଦାୟିତ୍ୱ ବୁଝିବାରୁ ସେ ବିରତ ହୋଇପାରିବେ ନାହିଁ । ଏମିତିକି କୋର୍ଟ କହିଛନ୍ତି ଯଦି ପିଲା ଓ ପତ୍ନୀ ଙ୍କ ପାଇଁ ସ୍ୱାମୀଙ୍କୁ ଶାରିରୀକ ପରିଶ୍ରମ କରିବାକୁ ପଡେ ତେବେ ସେମାନେ କରିବାକୁ ବାଧ୍ୟ । ଏମିତିକି କୋର୍ଟ କହିଛନ୍ତି, ପତ୍ନୀ ଓ ପିଲାଙ୍କୁ ପୋଷିବା ଏକ ପବିତ୍ର ବ୍ରତ ବୋଲି ଭାବିବା ଉଚିତ୍‌ ।କେବଳ ଏତିକି ନୁହେଁ ବରଂ ବିବାହ ବିଚ୍ଛେଦ ହୋଇଥିଲେ ବି ପତ୍ନୀ ଓ ନାବାଳକ ପିଲାର ଭରଣପୋଷଣ ସ୍ୱାମୀଙ୍କର ହିଁ ଦାୟିତ୍ୱ ।