ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ,୧୧/୧୦: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ । ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ସେ ଦାୟିତ୍ୱ ନେବେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ତାଙ୍କ ନାମକୁ ସୁପାରିଶ କରିଛନ୍ତି । ବର୍ତ୍ତମାନର ପ୍ରଧାନ ବିଚାରପତି ଥିବା ଜଷ୍ଟିସ ୟୁୟୁ ଲଳିତ ନଭେମ୍ବର ୮ରେ ଅବସର ନେଉଛନ୍ତି । ପରବର୍ତ୍ତୀ ପ୍ରଧାନ ବିଚାରପତି କାହାକୁ କରାଯିବ ତାଙ୍କ ନାମକୁ ସୁପାରିଶ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଷ୍ଟିସ ୟୁୟୁ ଲଳିତଙ୍କୁ ପ୍ରସ୍ତାବ ଦିଆଯାଇଥିଲା ।