ଆନ୍ଧ୍ରର ପିଟିସନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ,୨୨/୩: ଆନ୍ଧ୍ରର ପିଟିସନ ସୁପ୍ରିମକୋର୍ଟରେ ଖାରଜ ହୋଇଛି । ଆନ୍ଧ୍ର ପକ୍ଷରୁ କୋଟିଆ ଆନ୍ଧ୍ରର ବୋଲି ଆବେଦନ କରିଥିଲେ ସେଠାକାର ନିର୍ବାଚିିତ ପ୍ରତିନିଧି । କୋଟିଆରେ ଓଡ଼ିଶାର ପଂଚାୟତ ନିର୍ବାଚନକୁ ଆନ୍ଧ୍ର ପ୍ରଦେଶ ପଂଚାୟତ ନିର୍ବାଚନରେ ବିଜୟୀ କୁନେଡି କୁସୋମା ବିରୋଧ କରିଥିଲେ । ଏନେଇ ସୁପ୍ରିମ୍କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରି କୋଟିଆରରେ ଓଡ଼ିଶା ନିର୍ବାଚନକୁ ବାତିଲ କରିବା ଏବଂ କୋଟିଆକୁ ଆନ୍ଧ୍ର ପ୍ରଦେଶର ବୋଲି ବିବେଚନା କରିବାକୁ ପିଟିସନରେ ଉଲ୍ଲେଖ କରିଥିଲେ । ଯାହାକୁ ଆଜି ଖାରଜ କରିଛନ୍ତି ଜଷ୍ଟିସ ଡ଼ି ୱାଇ ଚନ୍ଦଅଚୂଡ଼ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ।

ପୂର୍ବରୁ କୋଟିଆ ବିବାଦକଚ ନେଇ ସୁପ୍ରିମକୋର୍ଟ ଯାଇଥିଲେ । ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା କୋଟିଆକୁ ଓଡ଼ିଶାର କରିବା ଲାଗି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପିଓିସନ ଦାଖଲ କରିିଥିଲେ । କୋଟିଆରେ ସମାଧାନ ନିମନ୍ତେ ସର୍ବପ୍ରଥମ ସମ୍ବିଧାନର ଧାରା ୧୩୧କୁ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟର୍ରେ ପ୍ରାର୍ଥନା କରିଥିଲେ । କୋଟିଆରେ ଆନ୍ଧ୍ରପଦେଶ ସରକାରଙ୍କ ପକ୍ଷରୁ କରାଯାଇଥିବା କାର୍ଯ୍ୟକୁ ବନ୍ଦ କରିବା ପାଇଁ ମଧ୍ୟ ସରକାର ନିବେଦନ କରିଥିଲେ । ପୂର୍ବରୁ ଧାରା ୧୩୧ କାରଣରୁ ୨୦୦୬ ରେ ଏହି ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କ ପିଟିସନକୁ ଖାରଜ କରିଥିଲେ ।