ଦଶମ/ଦ୍ୱାଦଶ ବୋର୍ଡ ଅଫ୍‌ଲାଇନ୍‌ ପରୀକ୍ଷା ବାତିଲ ପିଟିସନ୍ ଖାରଜ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର, ୨୩/୨: ଦଶମ/ଦ୍ୱାଦଶ ବୋର୍ଡ ଅଫ୍‌ଲାଇନ୍‌ ପରୀକ୍ଷା ବାତିଲ ପିଟିସନ୍ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।
ଏପରି ପିଟିସନ୍ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରୁଛି କହି ବରକ୍ତି ପ୍ରକାଶ କଲେ ଦେଶର ସର୍ବୋଚ୍ଚ କୋର୍ଟ। ଷ୍ଟେଟବୋର୍ଡ, CBSE, ICSE, NIOS ପରୀକ୍ଷା ବାତିଲ ପିଟିସନ ହୋଇଥିଲା। ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ପରୀକ୍ଷା ହୋଇପାରୁନଥିଲା। ଏବେ ଟିକେ ସ୍ଥିତି ସୁଧୁରିବା ପରେ ସରକାର ଅଫଲାଇନ ପରୀକ୍ଷା ପାଇଁ ନିଷ୍ପତ୍ତି ନେଇଛନ୍ତି।