କରୋନାର ତୃତୀୟ ଲହରିର ମୁକାବିଲା ପାଇଁ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ, ୬/୫: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଅଣଆୟତ ହେବାରେ ଲାଗିଛି। ଏବେ କରୋନାର ଦ୍ୱିତୀୟ ଲହରି ଆତଙ୍କ ଖେଳେଇଥିବା ବେଳେ  ତୃତୀୟ ଲହରିର ମୁକାବିଲା ପାଇଁ ସତର୍କ ଓ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ନିର୍ଦେଶ ଦେଇଛନ୍ତି। ଏହାସହ ପିଲାଙ୍କ ଟିକାକରଣ ପାଇଁ ଏବେଠୁ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି। ତୁରନ୍ତ ହସ୍ପିଟାଲ୍‌ଗୁଡ଼ିକୁ ଅକ୍ସିଜେନ ଯୋଗାଇ ଦେବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଦିଲ୍ଲୀକୁ ବଫର ଷ୍ଟକରୁ ୭୦୦ ଟନ୍‌ ଅକ୍ସିଜେନ ଦେବାକୁ ହେବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ସ୍ବାସ୍ଥ୍ୟକର୍ମୀ ଥକି ପଡ଼ିଥିବାରୁ ସେମାନଙ୍କ ସ୍ବାସ୍ଥ୍ୟ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି।