ଆନ୍ଧ୍ରର ନିର୍ବାଚନକୁ ନେଇ ସ୍ପଷ୍ଟୀକରଣ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୨/୨: କୋଟିଆରେ ଆନ୍ଧ୍ରର ନିର୍ବାଚନ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଓଡ଼ିଶାର ଆବେଦନ ଉପରେ ଆନ୍ଧ୍ରର ମତାମତ ଲୋଡ଼ିଛନ୍ତି ସୁପ୍ରିମକୋର୍ଟ । ଆନ୍ଧ୍ରର ନିର୍ବାଚନକୁ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି ସୁପ୍ରିମକୋର୍ଟ । ତେଣୁ ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି।