ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା, ମୁସଲିମ୍ ପକ୍ଷର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯/୦୩: ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ସୁପ୍ରିମକୋର୍ଟ ମୁସଲିମ୍ ପକ୍ଷର ଆବେଦନକୁ ଖାରଜ କରାଯାଇଛି। ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ଏହି ମାମଲାର ଶୁଣାଣି ଆଲ୍ଲାବାଦ୍ କୋର୍ଟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସମସ୍ତ ମୋକଦ୍ଦମାର ବିଚାର ସାଙ୍ଗରେ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।କୃଷ୍ଣ ଜନ୍ମଭୂମି ମାମଲାରେ ଆହ୍ଲାବାଦ୍ ହାଇକୋର୍ଟ ୧୫ଟି ମୋକଦ୍ଦମାର ଏକା ସାଙ୍ଗରେ ବିଚାର କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ମୁସଲିମ୍ ପକ୍ଷ କିନ୍ତୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଇଥିଲେ । ହେଲେ ସୁପ୍ରିମକୋର୍ଟ ମୁସଲିମ୍ ପକ୍ଷର ଏ ଆବେଦନକୁ ଖାରଜ କରିବା ସହିତ ଆହ୍ଲାବାଦ୍ କୋର୍ଟରେ ସମସ୍ତ ଆବେଦନର ଏକାଠି ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ହିନ୍ଦୁପକ୍ଷ ଉଚ୍ଚ ନ୍ୟାୟାଳୟରେ ଆବେଦନ କରି କହିଥିଲେ ଯେ, ୨୦ ମସିହା ସେପ୍ଟେମ୍ବର ୨୫ ତାରିଖରେ ମୋକଦ୍ଦମା ଦାୟର କରାଯିବା ପରେ, ୧୩.୩୭ ଏକର ଭୂମିକୁ ନେଇ ଅନ୍ୟ ମୋକଦ୍ଦମା ମଧ୍ୟ ଦାୟର କରାଯାଇଛି । ହାଇକୋର୍ଟ ଏହାପରେ ଆଦେଶ ଦେଇଥିଲେ ଯେ, ଏହି ସମସ୍ତ ମୋକଦ୍ଦମା ସମାନ ପ୍ରକାରର । ତେଣୁ ଏହାର ଶୁଣାଣି ଏକାଠି ହେଉ । ହେଲେ ଏହି ନିଷ୍ପତ୍ତିର ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ ମୁସଲିମ୍ ପକ୍ଷ ।