୨ଫିଙ୍ଗର ଟେଷ୍ଟ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୧/୧୧: ଦୁଷ୍କର୍ମର ଯାଞ୍ଚ ପାଇଁ ୨ଫିଙ୍ଗର ଟେଷ୍ଟ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଯେଉଁମାନେ ଏଭଳି ପରୀକ୍ଷା କରିବେ ସେମାନଙ୍କୁ ଦୋଷୀ ଭାବେ ବିବେଚନା କରାଯିବ । କୌଣସି ପରିସ୍ଥିତିରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଯେପରି ୨ ଫିଙ୍ଗର ଟେଷ୍ଟ କରା ନଯିବ ତାହା ସୁନିଶ୍ଚିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।ଦୁଷ୍କର୍ମ ଭଳି ୨ ଫିଙ୍ଗର ଟେଷ୍ଟ(Two-Finger Test) ମହିଳାଙ୍କୁ ବାରମ୍ବାର ଆଘାତ ପହଞ୍ଚାଇଥାଏ । ପୀଡିତାଙ୍କୁ ଆହୁରି ବେଦନା ଦେବା ସହ ଆଘାତ ମଧ୍ୟ ଦେଇଥାଏ । ଏଥିସହ ମେଡିକାଲ ପାଠ୍ୟକ୍ରମରେ ସାମିଲ ଥିବା ଏଭଳି ବ୍ୟବସ୍ଥାର ପୁନଃ ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।