କୃଷି ଆଇନ ଓ ଚାଷୀ ଆନ୍ଦୋଳନ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୧/୧: କୃଷି ଆଇନ ଓ ଚାଷୀ ଆନ୍ଦୋଳନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଆପୋଷ ବୁଝାମଣା ନେଇ କେନ୍ଦ୍ରର ଭୂମିକା ଉପରେ ଦେଶର ସର୍ବୋଚ୍ଚ କୋଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୟସ୍କ ଲୋକ ଥଣ୍ଡାରେ କାହିଁକି ଆନ୍ଦୋଳନ କରୁଛନ୍ତି କହିଲେ କୋର୍ଟ । ତୁରନ୍ତ ଏହି ସମସ୍ୟାର ସମାଧାନ ହେବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଅନ୍ୟପଟେ ଆଇନକୁ ସ୍ଥଗିତ ରଖି କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବିଶେଷଜ୍ଞ କମିଟିର ନିଷ୍ପତ୍ତି ଯାଏ ଆଇନ କାର୍ଯ୍ୟକାରୀ ସ୍ଥଗିତ  ରଖାଯାଉ, ନଚେତ ଆମେ ନିର୍ଦ୍ଦେଶ ପାସ୍ କରିବୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କମିଟି ପାଖରେ ଅଭିଯୋଗ ରଖିବାକୁ ଚାଷୀଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।