ଗିରଫ ହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ

ଭୁବନେଶ୍ୱର,୨୨/୧୨: ଆଜି ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ ଗିରଫ ହୋଇଛନ୍ତି। ଆୟବର୍ହିଭୂତ ସଂପତି ଠୁଳ ମାମଲାରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରିଥିଲା ଭଜିଲାନ୍ସ। ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ।

ଏହି ଚଢ଼ାଉ ବେଳେ ବିପୁଳ ସମ୍ପତି ଠାବ କରିଥିଲା ଭିଜିଲାନ୍ସ ।ଭୁବନେଶ୍ୱରରେ ୨ଟି ବହୁ ମହଲା କୋଠା, ୨ଟି ଫ୍ଲାଟ, ୫ଟି ପ୍ଲଟ, ଅଧ କେଜି ସୁନା, ଆକାଉଂଟରେ ୧ କୋଟି ୩୭ ଲକ୍ଷ ଟଙ୍କା ଜମା ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଏହାସହ ୧ଲକ୍ଷ ୨୧ ହଜାର ଟଙ୍କାର ନଗଦ ମଧ୍ୟ ଜବତ ହୋଇଛି । ଏହା ସହ ଗୋଟିଏ ୪ ଚକିଆ ଗାଡ଼ି ମଧ୍ୟ ଜବତ କରାଯାଇଥିଲା ।