ଭିଜିଲାନ୍ସ ଜାଲରେ ସୁପରଭାଇଜର

ଭୁବନେଶ୍ୱର,୨୪/୮: ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ ପଡିଛି । ତାଙ୍କର ବାସଭବନ ସମେତ ୪ଟି ସ୍ଥାନରେ ଏକାକାଳୀନ ଭାବେ ଚଢ଼ାଉ ଜାରି ରହିଛି । ଭଦ୍ରକ ସିଡିପିଓଙ୍କ କାର୍ଯ୍ୟାଳୟ, ଆରଡ଼ି ଛକ ସ୍ଥିତ ବାସଭବନ, ଆମ୍ବରୋଲୀ ସ୍ଥିତ ଘର ଆଦି ୪ଟି ସ୍ଥାନରେ ଭିଜିଲାନ୍ସ ଟିମର ଚଢ଼ାଉ ଜାରି ରହିଛି । ସୁପରଭାଇଜର ମଲ୍ଲିଲତା ଦାସଙ୍କ ବର୍ତ୍ତମାନ ସୁଦ୍ଧା ୨ଟି ବିଲ୍ଡିଂ ଓ ୩ଟି କାର୍ ଜବତ ହୋଇଛି। ଏଥିରେ ଭିଜିଲାନ୍ସର ୩ ଟି ଟିମ ସାମିଲ ରହିଛନ୍ତି। ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସମ୍ପତିର ତଥ୍ୟ ଜଣାପଡିନାହିଁ ।