ରାଜ୍ୟରେ ୨୧ ବର୍ଷୀୟ ଛାତ୍ରୀଙ୍କ ଅଂଶୁଘାତ ଜନିତ ମୃତ୍ୟୁ

ଭୁବନେଶ୍ୱର, ୨୧/୦୪: ରାଜ୍ୟରେ କଲବଲ କଲାଣି ତାତି। ଅସହ୍ୟ ଗରମକୁ ଝାଞ୍ଜି ପବନ ଅସ୍ତବ୍ୟସ୍ତ କରୁଛି। ଏହାରିମଧ୍ୟରେ ଆଜି ଚଳିତବର୍ଷ ରାଜ୍ୟରେ ଅଂଶୁଘାତ ଯୋଗୁଁ ଆଉ ଏକ ମୃତ୍ୟୁ ହୋଇଥିବା ସୂଚନା ରହିଛି। ୨୧ ବର୍ଷୀୟ ଛାତ୍ରୀ ଭୁବନେଶ୍ୱରୀ ଦାସ ଯିଏକି କଟକ ସିଟି କଲେଜର ଛାତ୍ରୀ ଥିବା ଜଣାପଡିଛି । ତାଙ୍କ ବାପାଙ୍କ ନାମ ଜ୍ୟୋତି ଭୂଷଣ ଦାସ । ଘର କାଜିଡିହ । କଟକରେ ଏହା ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ରାଜ୍ୟରେ ଏହା ଦ୍ୱିତୀୟ ।

ସୂଚନାଯୋଗ୍ୟ ଯେ ଗତକାଲି କଟକରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏହାପୂର୍ବରୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ତହସିଲ ଅନ୍ତର୍ଗତ ମହେଶପୁର ଗ୍ରାମର ଲକ୍ଷ୍ମୀକାନ୍ତ ସାହୁଙ୍କ ଏପ୍ରିଲ ୧୫ ତାରିଖରେ ମୃତ୍ୟୁ ଘଟିଥିଲା ।