କମିଲା ବର୍ଷା, ପୁଣି ରାଜ୍ୟରେ ଅସହାୟ ତାତି

ଭୁବନେଶ୍ୱର,୨୯/୭: ରାଜ୍ୟରେ ଏବେ ଦୁର୍ବଳ ମୌସୁମୀ ପ୍ରଭାବରେ ଦିନ ତାପମାତ୍ରା ବଢ଼ିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ୨ରୁ ୩ଡିଗ୍ରୀ ଅଧିକ ତାପମାତ୍ରା ରହିିିଛି । ଭଦ୍ରକ ଚାନ୍ଦବାଲି ସର୍ବାଧିକ ୩୬.୫ଡିଗ୍ରୀ ରେକର୍ଡ କରାଯାଇଛି। ସ୍ବାଭାବିକଠାରୁ ୪.୨ ଡିଗ୍ରୀ ଅଧିକ ତାପମାତ୍ରା ରହିଛି।

ବଲାଙ୍ଗିରରେ ସ୍ବାଭାବିକଠାରୁ ୪.୧ ଡିଗ୍ରୀ, ସମ୍ବଲପୁରରେ ୩.୯ ଡିଗ୍ରୀ, ବାରିପଦାରେ ୩.୬ ଡିଗ୍ରୀ, ଝାରସୁଗୁଡାରେ ୩.୩ ଡିଗ୍ରୀ ଏବଂ ଅନୁଗୁଳରେ ସ୍ବାଭାବିକଠାରୁ ୩ ଡିଗ୍ରୀ ଅଧିକ ତାପାମାତ୍ରା ଥିବା ରେକର୍ଡ କରାଯାଇଛି।