ଏଣିକି ରବିବାର ବି ଖୋଲା ରହିବ ଶ୍ରୀମନ୍ଦିର

ପୁରୀ, ୧୨/୩: ଭକ୍ତଙ୍କ ପାଇଁ ଖୁସି ଖବର। କରୋନା ପାଇଁ ଶ୍ରୀମନ୍ଦିରରେ ଲାଗିଥିବା କଟକଣା ହଟେଇ ଦିଆଯାଇଛି। ମାର୍ଚ୍ଚ ୨୦ ଠାରୁ ଏଣିକି ରବିବାର ବି ଖୋଲା ରହିବ ଶ୍ରୀମନ୍ଦିର। ସବୁଦିନ ଭଳି ରବିବାର ବି ସାଧାରଣ ଭକ୍ତ ଦର୍ଶନ କରିପାରିବେ। ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟରେ କରୋନା ସ୍ଥିତି ଦେଖି ସାନିଟା ଇଜ ପାଇଁ ରବିବାର ଶ୍ରୀମନ୍ଦିର ବନ୍ଦ ରହୁଥିଲା।