ସୁନ୍ଦରଗଡ଼ ଅତିରିକ୍ତ ନିର୍ବାହୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର,୬/୦୬: ସୁନ୍ଦରଗଡ ହେମଗିରି ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ନିର୍ବାହୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସଂଜୟ କୁମାର ବେହେରାଙ୍କ ଘରେ ଚଢାଉ ହୋଇଛି। ଏକକାଳୀନ ୭ଟି ସ୍ଥାନରେ ଜାରି ରହିଛି ଚଢାଉ । ସୁନ୍ଦରଗଡ ଓ ଲେଫ୍ରିପଡା ଅଫିସ ସମେତ ସରକାରୀ ବାସଭବନ, ଭଡାଘର, ଭଦ୍ରକ ବନ୍ତରେ ଥିବା ପୈତୃକ ଘର ଏବଂ ଶ୍ୱଶୁର ଘରେ ଚାଲିଛି ଚଢାଉ । ତେବେ ଏହି ରେଡରେ ୪ଜଣ ଡିଏସପି, ୧୦ଜଣ ଇନ୍ସପେକ୍ଟର, ୪ଜଣ ଏଏସଆଇ ସାମିଲ ଅଛନ୍ତି।