ସୁନାବେଶ ଓ ନିଳାଦ୍ରୀ ବିଜେ ପାଇଁ ନୀତିନିର୍ଘଣ୍ଟ

ପୁରୀ, ୨୦/୬: ରାଜ୍ୟରେ କରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ସ୍ନାନପୂର୍ଣ୍ଣିମା, ରଥଯାତ୍ରା ଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ସୁନାବେଶ ଓ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ବିନା ଭକ୍ତ ରେ ସମ୍ପନ୍ନ ହେବ। ଜୁଲାଇ ୨୦ରେ ହେବ ବାହୁଡା ଯାତ୍ରା ହେବ ଓ ମଧ୍ୟାହ୍ନ ୧୨ଟାରୁ ୨.୩୦ ଯାଏଁ ପହଣ୍ଡି କାର୍ଯ୍ୟ ହେବ। ସମସ୍ତ ନୀତିକାନ୍ତି ପରେ ଅପରାହ୍ନ ୪ଟାରେ ରଥଟଣା ହେବ।

ସୁନାବେଶ ଓ ନିଳାଦ୍ରୀ ବିଜେ ପାଇଁ ନୀତିନିର୍ଘଣ୍ଟ ହୋଇଛି। ଜୁଲାଇ ୨୧ରେ ହେବ ମହାପ୍ରଭୁଙ୍କ ସୁନାବେଶ। ଅପରାହ୍ନ ୪ଟାରୁ ୫.୩୦ ଭିତରେ ମହାପ୍ରଭୁଙ୍କ ସୁନାବେଶ ହେବ ଓ ରାତି ୧୧ଟାରୁ ୧୨ଟା ମଧ୍ୟରେ ବେଶ ଓଲାଗି ନୀତି କରାଯିବ। ଜୁଲାଇ ୨୨ ରାତି ୮ଟା ସୁଦ୍ଧା ଅଧରପଣା ନୀତି ଶେଷ ହୋଇ ଜୁଲାଇ ୨୩ରେ ନୀଳାଦ୍ରୀ ବିଜେ ହେବ। ଅପରାହ୍ନ ୪ଟାରୁ ପହଣ୍ଡି ଆରମ୍ଭ ହେବ ଓ ରାତି ୧୦ରେ ପହଣ୍ଡି ଶେଷ ହେବ ବୋଲି ସୂଚନା ମିଳିଛି।

ସେହିପରି ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ସ୍ନାନପୂର୍ଣ୍ଣିମା ନୀତି ହେବ। ୨୦୨୦ ନୀତିକାନ୍ତିର ପୁନରାବୃତ୍ତି କରାଯିବ। ରାତି ୧ଟାରେ ପହଣ୍ତି ଆରମ୍ଭ ହୋଇ ସକାଳ ୯ଟାରେ ଜଳଲାଗି ହେବ। ସେହିପରି ଦିନ ୧୧ଟାରେ ଗଜାନନ ବେଶ ହୋଇ ସନ୍ଧ୍ୟା ୫ଟାରେ ବାହୁଡା ପହଣ୍ତି କରାଯିବ।