ଭୁବନେଶ୍ୱର,୭/୧୨: ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି ବାହାରିବ । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ସରିଥିବା ବେଳେ ଏହାର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଆସିଛନ୍ତି ଏଏସ୍ଆଇ କୋର କମିଟି। ଦୀର୍ଘ ୬ ଘଣ୍ଟା ଧରି କମିଟିର ସଦସ୍ୟମାନେ ସୂର୍ଯ୍ୟମନ୍ଦିର ସ୍ଥିତି ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସୂର୍ଯ୍ୟମନ୍ଦିର ପରିସରରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଗର୍ଭ ଗୃହରୁ ବାଲି କାଢ଼ିବା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହେଉଥିବା ଜଣାପଡ଼ିଛି।ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ଦୁଇବର୍ଷ ହେଲା ଆରମ୍ଭ ହୋଇଥିବା ପ୍ରକ୍ରିୟା ବିଳମ୍ବ ହେଉଥିଲା।