ଇତିହାସ ରଚିଲା ଭାରତ: ଆରମ୍ଭ କଲା ପ୍ରଥମ ସୂର୍ଯ୍ୟ ଅଭିଯାନ, ଉତକ୍ଷେପଣ ହେଲା ଆଦିତ୍ୟ L1

ନୂଆଦିଲ୍ଲୀ,୨/୦୯: ଆଜି ଭାରତ ଆରମ୍ଭ କରିଛି ସୂର୍ଯ୍ୟ ଅଭିଯାନ । ଆଜି ଦିନ ୧୧ଟା ୫୦ରେ ସତୀଶ ଧାୱନ ସ୍ପେଶ ସେଂଟରରୁ ଆଦିତ୍ୟ L1କୁ ଉତକ୍ଷେପଣ କରିଛି ଇସ୍ରୋ । ଆଦିତ୍ୟ L1କୁ ନେଇ ମହାକାଶକୁ ଯିବ ପିଏସଏଲଭି-ଏକ୍ସଏଲ ରକେଟ୍ । ସୂର୍ଯ୍ୟଯାନ ଉତକ୍ଷେପଣର ୧୨୭ ଦିନ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଂଟରେ ପହଂଚିବ । ଆଦିତ୍ୟ ଏଲ-୧ ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧ ଦଶମିକ ୫ ନିୟୁତ କିମି ଉଚ୍ଚରେ ହାଲୋ ଅରବିଟରରେ ସ୍ଥାପନ କରିବ ।

ତେବେ ସୌର ଯାନର ଗତିକୁ ନିୟନ୍ତ୍ରଣ କରାନଗଲେ ତାହା ସିଧା ସୂର୍ଯ୍ୟ ଅଭିମୁଖେ ଚାଲିଯିବାର ଆଶଙ୍କା ରହିଛି । ଆଦିତ୍ୟ ଏଲ-୧ରେ ମୋଟ ୭ଟି ପେଲେଡ ରହିଛି ।